ଆଜିଠୁ ରାଜ୍ୟରେ ଗଡ଼ିଲା OSRTC ବସ

ଭୁବନେଶ୍ୱର,୮/୬: ଆଜିଠାରୁ ରାଜ୍ୟରେ ଚଲାଚଳ କରିବ ଓଏସଆରଟିସି ବସ୍ । ରାଜ୍ୟସରକାରଙ୍କ ନିଷ୍ପତି ଅନୁଯାୟୀ ବର୍ତ୍ତମାନ ସମୁଦାୟ 22ଟି ସହରର 66ଟି ରୁଟରେ ମୋଟ 96ଟି ବସ୍ ଚାଲିବ ବୋଲି ନିଷ୍ପତି ନିଆଯାଇଛି ।

ତେବେ ବସରେ ଯେତିକି ସିଟ୍ ଥିବ ସେତିକି ଯାତ୍ରୀ ହିଁ ଯାତ୍ରା କରିପାରିବେ । ବସରେ ଭିଡ଼ ସୃଷ୍ଟି ଯେଭଳି ହେବ ନାହିଁ ସେ ନେଇ ସମସ୍ତ ବସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ବସରେ ଯାତ୍ରା କରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏତଦ୍ ବ୍ୟତୀତ ଯଦି ଜରୁରୀ କାର୍ଯ୍ୟ ନାହିଁ ତେବେ ଯାତାୟତ କରିବାକୁ ବାରଣ କରାଯାଇଛି । ଏହା ଛଡା ଥଣ୍ଡା କାଶ ଏବଂ ଜ୍ୱର ଥିବା ଲୋକମାନଙ୍କୁ ବସରେ ଚଢିବାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କୋଭିଡ-19 ଗାଇଡଲାଇନକୁ ଅନୁସରଣ କରି ବସ ଗୁଡିକ ଚଳାଚଳ କରିବ ବୋଲି OSRTC ପକ୍ଷରୁ ସୂଚନା ଦିଆଯାଇଛି ।