ମେଷ – କର୍ମକୁଶଳତା ପାଇଁ ସମ୍ମାନିତ ହେବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସେରେ କଟାଇ ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନ ଦେବେ । କର୍ମଜୀବି ସମ୍ମାନିତ ହେବେ । ବ୍ୟବସାୟୀରେ ଅର୍ଥ ପ୍ରାପ୍ତି ହେବ । ଗୃହିଣୀ ସୁଖ ଭୋଗ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।
ବୃଷ – ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବା ସହିତ ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ପରିସ୍ଥିତିରେ ପଡି ଈର୍ଷାପରାୟଣ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ । କର୍ମଜୀବିଙ୍କ ଅର୍ଥ ହାନୀ ହେବ । ବ୍ୟବସାୟୀରେ ସୁଯୋଗ ମିଳିବ । ଗୃହିଣୀମାନେ ଦୁର୍ବଳ ଅନୁଭବ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।
ମିଥୁନ – ଏକ ପ୍ରତିଷ୍ଠିତ ଅନୁଷ୍ଠାନରେ ଯୋଗଦାନ କରିପାରନ୍ତି । ସମାଜ ସେବାରେ ନିଜକୁ ସେବାରେ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ । ଛାତ୍ରଛାତ୍ରୀଙ୍କ ସ୍କୁଲ ପରିବର୍ତ୍ତନ ହୋଇପାରେ । କର୍ମଜୀବିମାନେ ବହୁ ପରିଶ୍ରମ ଭରା ରହିବେ । ବ୍ୟବସାୟୀରେ ସୁଯୋଗ ହାତ ଛଡା ହୋଇଯିବ । ଗୃହିଣୀମାନେ ପାରିବାରକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
କର୍କଟ – ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ,ନିରାମୟ ଜୀବନଯାପନ କରିବେ, ସାମୟିକ ଭାବେ ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଦେହରେ କିଛି ସମସ୍ୟା ଦେଖା ଦେବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ ନାହିଁ । କର୍ମଜୀବିଙ୍କୁ ପରିଶ୍ରମର ମୂଲ୍ୟ ମିଳିବ । ବ୍ୟବସାୟୀରେ ବନ୍ଧୁଙ୍କ ପାଖରୁ ସୁଯୋଗ ମିଳିବ। ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।
ସିଂହ – ସୁଖ-ସମ୍ମାନ ଲାଭ କରିପାରନ୍ତି । କର୍ମ ଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । କର୍ମଜୀବିମାନେ କାର୍ଯ୍ୟ ବ୍ୟସ୍ତରେ ରହିବେ । ବ୍ୟବସାୟୀରେ ସଫଳତା ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।
କନ୍ୟା – ଉଦାର ସ୍ୱଭାବର ହୋଇପାରନ୍ତି । ଦାନଶୀଳ ଓ ବିକଶିତ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବେ । ବ୍ୟବସାୟୀରେ ଅର୍ଥ ପ୍ରାପ୍ତି ସହ ସୁଯୋଗ ମିଳିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।
ତୁଳା – ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ମନ ପ୍ରସନ୍ନ ରହିବ । ଆସ୍ତିକ ପ୍ରକୃତିର ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଦେହ ଅସୁସ୍ଥ ରହିବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ । କର୍ମଜୀବିଙ୍କୁ ବହୁ ପରିଶ୍ରମ କରିବାକୁ ପଡିବ । ବ୍ୟବସାୟୀରେ ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ଗୃହିଣୀମାନେ ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।
ବିଛା – ପରିବାରର କଲ୍ୟାଣ ଭାଜନ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ ହେବେ । ବ୍ୟବସାୟରୁ ଅଧିକ ଧନ ଲାଭ ହେବ । ଛାତ୍ରଛାତ୍ରୀମାନେ ସାଠରେ ମନ ଦେବେ । କର୍ମଜୀବିମାନେ ସମ୍ମାନିତ ହେବେ । ଗୃହିଣୀମାନେ ପିଲାମାନଙ୍କ ପାଇଁ ସୁଖ ଅନୁଭବ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
ଧନୁ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ପରିମାଣ ବୃଦ୍ଧି ହେବ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ଛାତ୍ରଛାତ୍ରୀମାନେ କ୍ରୀଡାରେ ମନ ଦେବେ । ବ୍ୟବସାୟୀରେ ସୁଯୋଗ ହାତଛଡା ହୋଇଯିବ । ଗୃହିଣୀମାନେ ପୂଜା ପାଠରେ ବ୍ୟସ୍ତ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ମକର – ଆଶାବାଦୀ ହେବେ । କର୍ମ ଚଞ୍ଚଳ ରହିପାରନ୍ତି । ସାମୟିକ ଭାବେ ଏକାନ୍ତରେ ସମୟ କଟାଇବାକୁ ଇଚ୍ଛା କରିବେ । ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଛାତ୍ରଛାତ୍ରୀମାନେ ସାଠରେ ମନ ଦେବେ । ବ୍ୟବସାୟୀରେ ଅର୍ଥ ବ୍ୟୟ ହେବ । ଗୃହିଣୀମାନେ ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।
କୁମ୍ଭ – ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ବିଭାଗୀୟ ସ୍ତରରେ ମହାନ୍ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । କର୍ମଜୀବିମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡିବ । ବ୍ୟବସାୟୀରେ ସୁଯୋଗ ହାତ ଛଡା କରନ୍ତୁ ନାହିଁ । ଗୃହିଣୀମାନେ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ମୀନ – ଆୟର ମାର୍ଗ ଉନ୍ମୁକ୍ତ ରହିଛି । କୁଳପ୍ରଦୀପ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । କର୍ମଜୀବିମାନେ ସମ୍ମାନିତ ହେବେ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ ନାହିଁ । କର୍ମଜୀବିମାନେ ସମ୍ମାନିତ ହେବେ । ଗୃହିଣୀମାନେ ପରିବାର ସମସ୍ୟାରେ ଚିନ୍ତିତ ରହିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।