ଭୁବନେଶ୍ୱର, ୨୦/୬ : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୨୩୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୩୫୩୪ରେ ପହଁଚିଛି ।
ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ସର୍ବାଧିକ ୭୦ ଜଣ ଥିବା ବେଳେ, ଖୋର୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯, ଗଞ୍ଜାମରୁ ୧୭, ଭଦ୍ରକ ଓ ମୟୂରଭଞ୍ଜରୁ ୯ ଜଣ ଲେଖାଏଁ ରହିଛନ୍ତି । ସେହିପରି କେଉଁଝରରୁ ୮, ଡେଙ୍କାନାଳ, ପୁରୀରୁ ୭ଜଣ ଲେଖାଏଁ, ନୟାଗଡ ଓ କେନ୍ଦ୍ରପଡାରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏତତ୍ ବ୍ୟତୀତ କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁରରୁ ୨ଜଣ ଲେଖାଏଁ ଏବଂ ବୌଦ୍ଧ, ଝାରସୁଗୁଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।