ଭୁବନେଶ୍ୱର,୨୧/୬ :ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆପଣମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଯୋଗ ଭାରତୀୟ ପରମ୍ପରାର ଅନନ୍ୟ ସମ୍ପଦ । ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ସର୍ବୋତମ ମାଧ୍ୟମ ଭାବରେ ଯୋଗ ଆଜି ସାରା ବିଶ୍ୱରେ ଆଦର ଲାଭ କରିଛି ।
ନିୟମିତ ଯୋଗାଭ୍ୟାସ ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିବା ସହ ମାନସିକ ଶାନ୍ତି ମିଳିଥାଏ । ଏହାଦ୍ଵାରା ମାନସିକ ଚାପ ,ଦୁଶ୍ଚିନ୍ତା ଓ ଅବସାଦରୁ ମୁକ୍ତି ମିଳିଥାଏ । ଜୀବନଶୈଳୀ ଜନିତ ବିଭିନ୍ନ ରୋଗର ସଫଳ ନିୟନ୍ତ୍ରଣରେ ମଧ୍ୟ ଏହା ସହାୟକ ହୋଇଥାଏ ।
ଯୋଗ ଭାରତୀୟ ଜୀବନଚର୍ଯ୍ୟର ଏକ ମହତ୍ୱପୂର୍ଣ୍ଣ ଅଂଶ । ଆସନ୍ତୁ, ନିୟମିତ ଯୋଗାଭ୍ୟାସ କରି ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନରେ ନିଜର ଅବଦାନ ରଖିବା ।