ନୂଆଦିଲ୍ଲୀ,୨୧/୬: ସୀମା ବିବାଦକୁ ନେଇ ଚୀନ୍ ଓ ଭାରତ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ରକ୍ତାକ୍ତ ସଂଘର୍ଷ ପରଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଛି । ତେଣୁ ଚୀନ୍ କୁ ଉଚିତ୍ ଜବାବ୍ ଦେବାକୁ ଭାରତୀୟ ସେନାକୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି। ଯୁଦ୍ଧ ପରିସ୍ଥିତି ପାଇଁ ଆବଶ୍ୟକ ହେବାକୁ ଥିବା ସାମଗ୍ରୀ ଅସ୍ତ୍ରଶସ୍ତ୍ର ମଧ୍ୟ କିଣିବାକୁ ଆଜି ଉଚ୍ଚ ସ୍ତରୀୟ ବୈଠକରେ ୫୦୦ କୋଟି ଟଙ୍କାର ଏମର୍ଜେନ୍ସିଂ ଫଣ୍ଡ ମଞ୍ଜୁର କରାଯାଇଛି ।
ବର୍ତ୍ତମାନ ଲଦାଖରେ ବାସ୍ତବ ସ୍ଥିତିର ସମୀକ୍ଷା କରାଯାଇଛି । ଆଗାମୀ ପରିସ୍ଥିତିକୁ ନଜରରେ ରଖି ଚୀନ୍ କୁ କଡ଼ା ଜବାବ୍ ଦେବାକୁ ସେନା କିପରି ପ୍ରସ୍ତୁତି କରିବା ଆବଶ୍ୟକ ଏହି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି ।ନରେନ୍ଦ୍ର ମୋଦୀ ସରକାର ଜରୁରୀକାଳୀନ ଆବଶ୍ୟକତା ପକ୍ରିୟା ଅନୁସାରେ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ୩ ସେନାର ଆର୍ଥିକ ଅଧିକାର ପ୍ରଦାନ କରିଛନ୍ତି। ଏବେ ଏହି ଶକ୍ତି ଅନୁସାରେ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନୂଆ ହତିଆର କିଣି ପାରିବେ। ଆଜି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଚିଫ୍ ଅଫ୍ ଡିଫେନ୍ସ ଜେନେରାଲ ବିପିନ୍ ରାୱତ୍ , ତିନି ସେନାର ମୁଖ୍ୟ ସାମିଲ ଥିଲେ ।