ମେଷ : ଆୟରେ ଅଚାନକ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖମୟ ହେବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ। ଅଫିସରେ ଆପଣଙ୍କର କତ୍ତୃର୍ତ୍ବ ବଢ଼ିବ। ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।
ବୃଷ : ଗୋଟେ ପରେ ଗୋଟେ କାମ ସ˚ପୂର୍ଣ୍ଣ ହୋଇଯିବ। ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ । ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୭ ।
ମିଥୁନ : ସାମର୍ଥ୍ୟ ଅନୁଯାୟୀ କାମକୁ ସରଳ ଭାବେ ପୂରଣ କରିନେବେ। ଅଫିସରେ ବଡ଼ କାମର ଦାୟିତ୍ବ ମିଳିପାରେ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ଫଳ ମିଳିବ। ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୫ ।
କର୍କଟ : ଧନପ୍ରାପ୍ତିର ଯୋଗ ରହିଛି। ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ। ରାଜନେତା ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ପ୍ରେମରେ ସଫଳତା ମିଳିବ। ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।
ସି˚ହ : ଆର୍ଥିକ ମାମଲାରେ ସାବଧାନତାର ସହ କାମ କରନ୍ତୁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ବନ୍ଧୁ ସହିତ ସମ୍ବନ୍ଧ ଘନିଷ୍ଠ ହେବ। ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।
କନ୍ୟା : ଭାବିଚିନ୍ତି ନୂଆ କାରବାରରେ ପୁଞ୍ଜି ନିବେଶ କରନ୍ତୁ। ସମାଜରେ ଲୋକମାନଙ୍କ ସହିତ ଭଲ ବୁଝାମଣା ରହିବ। ଘର ଖର୍ଚ୍ଚ ବଢ଼ିପାରେ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
ତୁଳା : ଧନପ୍ରାପ୍ତିର ଯୋଗ ରହିଛି। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବ୍ୟବସାୟରେ ଧନଲାଭର ସୂଚନା ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ବିଛା : ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ବ୍ୟବସାୟ ଓ ଚାକିରି ସ˚ପର୍କିତ କାମ ପୂରା ହେବ। ଆପଣଙ୍କୁ ପ୍ରେମ ପ୍ରସ୍ତାବ ମିଳିପାରେ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।
ଧନୁ : ଆପଣଙ୍କ କାମ ମନ୍ଥର ଗତିରେ ପୂରା ହେବ। କିଛି ଜିନିଷର ଅଭାବ ଅନୁଭବ କରିପାରନ୍ତି। ଅଫିସରେ କାହାରି ସହିତ ମତଭେଦ ହୋଇପାରେ। ଶୁଭ ରଙ୍ଗ ହଳଦିଆ । ଶୁଭ ଅଙ୍କ ୬ ।
ମକର : ସୁସମ୍ବାଦ ପାଇବେ। ଦୃଢ଼ ମନୋବଳ ଆପଣଙ୍କୁ ସଫଳତା ଆଣିଦେବ। ମନର କଥା ଅନ୍ୟମାନଙ୍କୁ ଅବଗତ କରାଇବାରେ ସଫଳ ହେବେ। ଶୁଭ ରଙ୍ଗ ବାଇଗଣୀ । ଶୁଭ ଅଙ୍କ ୩ ।
କୁମ୍ଭ : ସବୁ କାମରେ ସଫଳତା ହାସଲ କରିବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହୋଇପାରେ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୪ ।
ମୀନ : କୌଣସି କାମରେ ବାହାରକୁ ଯାତ୍ରା କରିପାରନ୍ତି। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ହୋଇପାରେ। କାରବାରରେ ସଫଳତା ପାଇବେ। ଶୁଭ ରଙ୍ଗ ହଳଦିଆ । ଶୁଭ ଅଙ୍କ ୨ ।