ନୂଆଦିଲ୍ଲୀ,୪/୭ : କରୋନା ମହାମାରୀ ପରିପ୍ରେକ୍ଷୀରେ ଜେଇଇ ଓ ଏନଇଇଟି ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶ । ଆସନ୍ତା ସେପ୍ଟେମ୍ବର ୧-୬ ମଧ୍ୟରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବ । ଆଡଭାନ୍ସଡ ପରୀକ୍ଷା ସେପ୍ଟେମ୍ବର ୨୭ରେ ହେବ । ଏନଇଇଟି ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ । ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ନଜରରେ ରଖି ଏହି ପରୀକ୍ଷାକୁ ଘୁଞ୍ଚାଇଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।