ବୌଦ୍ଧ,୫/୭: ଗାଈ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକ୍ ବନ୍ଧାପଥର ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଗୋଟିଏ ପାଗଳା ଗାଈ କାମୁଡ଼ାରେ ବନ୍ଧାପଥର ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧାଙ୍କ ନାମ ବିଶାଖା ପ୍ରଧାନ(୮୦) ବୋଲି ଜଣାପଡିଛି।