ମେଷ : ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ । ଆପଣଙ୍କ ନିଷ୍ପତ୍ତିରୁ ଯଥେଷ୍ଟ ଲାଭ ପାଇବେ । ସମାଜରେ ଲୋକପ୍ରିୟତା ବଢ଼ିବ। ଆକସ୍ମିକ ଯାତ୍ରା କରିବାର ସୁବିଧା ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ବୃଷ : ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ସମାଜରେ ପ୍ରତିପତ୍ତି ବଢ଼ିବ। ବନ୍ଧୁ ପରାମର୍ଶରେ କୌଣସି ନୂତନ ଯୋଜନା କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ମିଥୁନ : ପାରିବାରିକ ଜୀବନ ଶାନ୍ତିମୟ ହେବ। ଇଷ୍ଟଦେବଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଅଫିସରେ ଆପଣଙ୍କର ପ୍ରଶ˚ସା ହେବ।
ବିଚାରଧାରାର ମାନସିକ ଅସ୍ଥିରତାର କାରଣ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
କର୍କଟ : କୌଣସି କଥାକୁ ନେଇ ମନ ଖରାପ ହୋଇପାରେ। ଅନ୍ୟମାନଙ୍କୁ ନିଜର ବିଚାର ଗ୍ରହଣ କରିବା ଲାଗି ବାଧ୍ୟ କରନ୍ତୁ ନାହିଁ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ଆରମ୍ଭ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।
ସି˚ହ : ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ବହୁତ ଦିନରୁ ଖୋଜୁଥିବା ଜିନିଷ ଡେରିରେ ମିଳିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
କନ୍ୟା : ଲୋକେ ସହଯୋଗର ହାତ ବଢ଼ାଇବେ। ନୂଆ କାର୍ୟ୍ୟ ଆରମ୍ଭ ଓ ସମସ୍ୟାର ସମାଧାନ ଲାଗି ଦିନଟି ଭଲ।ଆର୍ଥିକ ସ୍ଥିତି ମଜଭୁତ ହେବ। ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ତୁଳା : ଆପଣଙ୍କ ଭାବନା ରଚନାତ୍ମକ ରହିବ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ଆହୁରି ସୁଖଦ ହେବ। ବ୍ୟବସାୟରେ ଲାଗିଥିବା ପୁଞ୍ଜିରୁ ଲାଭ ମିଳିପାରେ। କେତେକ କାମ ବାଧ୍ୟତା ମୁଳକ ଭାବରେ କରିବାକୁ ପଡିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।
ବିଛା : ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ। ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ। ବ୍ୟବସାୟୀମାନେ ବଡ଼ ଚୁକ୍ତି କରିପାରନ୍ତି। ଘରକୁ କୁଣିଆ ଆସିବେ। ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।
ଧନୁ : ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ପ୍ରେମ ସ˚ପର୍କ ନିବିଡ଼ ହେବ। ବ୍ୟବସାୟୀରେ ସଫଳତା ହାତଛଡା ହୋଇଯିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।
ମକର : ଅଚାନକ ଧନପ୍ରାପ୍ତି ହେବ। ବେପାର ବୃତ୍ତିରେ ମନ ଲାଗିବ। ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ଦାମ୍ପତ୍ୟ ଜୀବନରେ ସୁଖ ଅନୁଭୂତ ହେବ। ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ । ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୭ ।
କୁମ୍ଭ : କର୍ମଜୀବୀଙ୍କୁ ଖୁସି ଖବର ମିଳିବ। ପୂରା ଦିନ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ସ˚ପୂର୍ଣ୍ଣ କରିବା ଲାଗି ଯୋଜନା କରିବେ। ଯେତେ ପ୍ରକାରର ସମସ୍ୟା ଆସିଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ମୀନ : ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହୋଇପାରେ। ଜୀବନସାଥୀଙ୍କ ଠାରୁ ଖୁସି ପାଇବେ। ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବାର ସୂଚନା ରହିଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।