ନୂଆଦିଲ୍ଲୀ : କୋଭିଡ୍-୧୯ ପରିସ୍ଥିତି ପ୍ରତି ଧ୍ୟାନ ଦେଇ ନ୍ୟାୟପାଳିକା ବ୍ୟାପାରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବଢ଼ାଇବାକୁ ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ସ୍ଥିର କରି ନିର୍ଦେଶ ଦେଇଛନ୍ତି ଯେ, ଏବେ ଇ-ମେଲ୍, ଫ୍ୟାକ୍ସ୍, ହ୍ୱାଟ୍ସଆପ ଏବଂ ଟେଲିଗ୍ରାମ୍ ଭଳି ଇନ୍ଷ୍ଟାଣ୍ଟ୍ ମେସେଞ୍ଜର୍ ସର୍ଭିସ୍ରେ କୋର୍ଟ ସମନ୍ ଓ ନୋଟିସ୍ ପଠାଯାଇ ପାରିବ।
ସୁପ୍ରିମ୍ କୋର୍ଟ ଆହୁରି କହିଛନ୍ତି ଯେ, ପ୍ରାପକ ନୋଟିସ୍ ଦେଖିଛନ୍ତି ବୋଲି ଦୁଇଟି ନୀଳ ରଙ୍ଗର ଟିକ୍ ଚିହ୍ନରୁ ଜାଣି ହେବ। ଏହିସବୁ ଇନ୍ଷ୍ଟାଣ୍ଟ୍ ମେସେଞ୍ଜର୍ ସର୍ଭିସ୍ ବ୍ୟବହାର କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକୁ ଇ-ମେଲ୍ ରେକର୍ଡଭୁକ୍ତ କରିବା ପାଇଁ ଯତ୍ନବାନ ହେବା ଉଚିତ।