ଆଜିର ରାଶିଫଳ (ସୋମବାର)

ତା : ୧୩ /୭ /୨୦୨୦

ମେଷ – ଉନ୍ନତିର ମାର୍ଗ ମିଳିବ । ସତର୍କ ନ ରହିଲେ ପ୍ରତାରିତ ହେବେ । ନୂଆ ବ୍ୟବସାୟରେ କ୍ଷତି ହେବ ।କଠୋର ସ୍ୱଭାବର ଏବଂ ପରାକ୍ରମୀ ହୋଇପାରନ୍ତି । ଚତୁର ଓ ଧନଯୁକ୍ତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ବୃଷ – ଘର କାମରେ ବ୍ୟସ୍ତ ରହିବେ । ସ୍ୱଇଚ୍ଛାରେ କାର୍ଯ୍ୟ ସଂପାଦନ କରିବେ । ବ୍ୟବସାୟୀରେ ସଫଳତା ମିଳିବ । କର୍ମରେ ଉନ୍ନତି ଘଟିବ । ଶୁଭ ଖବର ପାଇ ଖୁସି ହେବେ । ଗୁରୁକୃପା ଲାଭ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ମିଥୁନ – ଅର୍ଥ ଲାଭ ହେବ । କାର୍ଯ୍ୟ ବ୍ୟସ୍ତ ରହିବେ । ସମ୍ମାନିତ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ପାରିବାରିକ ଓ ବ୍ୟବସାୟରେ ଲାଭବାନ ହେବେ । ବନ୍ଧୁ ମିଳନ ଘଟିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

କର୍କଟ – ସ୍ୱାଭିମାନୀ ହେବେ ।ଜଟିଳ ସମସ୍ୟାର ସୁ ସମାଧାନ କରିପାରନ୍ତି । ପରୋପକାରରେ ବ୍ରତୀ ହୋଇପାରନ୍ତି । ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ବିଦ୍ୟାରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି । ଗୃହିଣୀମାନେ ପରକୁ ଆପଣାର କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

ସିଂହ – ନିର୍ଭୟରେ କାର୍ଯ୍ୟ କରି ଚାଲିବେ । ଧନକ୍ଷୟ ହେବାର ସମ୍ଭାବନା ଅଛି । ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ । କ୍ଳାନ୍ତି ଓ ଅବସାଦର ସମ୍ମୁଖୀନ ହୋଇପାରନ୍ତି । ପରଚର୍ଚ୍ଚାରୁ ବିରତ ହେବାକୁ ପଡିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

କନ୍ୟା – ବନ୍ଧୁ ମିଳନରେ ଉପକୃତ ହେବେ । ସମ୍ମାନିତ ହେବେ । କର୍ମ କ୍ଷେତ୍ରରେ ଉନ୍ନତି ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟିି ହେବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ ।ଗୃହିଣୀମାନେ ସୌଭାଗ୍ୟ ପ୍ରାପ୍ତ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ତୁଳା – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ । ନୂଆ ବ୍ୟବସାୟରେ ଲାଭ ହେବ ।କାର୍ଯ୍ୟ ହାସଲ କରିବାକୁ ହେଲେ କ୍ରୋଧ ସମ୍ବରଣ କରିବାକୁ ପଡିବ । ବନ୍ଧୁଙ୍କ ସହ-ଯୋଗ ମିଳିବ । କାର୍ଯ୍ୟ ସମ୍ପାଦନର ପ୍ରଶଂସାର ପାତ୍ର ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ବିଛା – ପୂଜା ପାଠରେ ବ୍ୟସ୍ତ ରହିବେ । ଉନ୍ନତିର ମାର୍ଗ ମିଳିବ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବହୁ ସୁଖର ଅଧିକାରୀ ହେବେ । ପ୍ରତ୍ୟେକ କ୍ଷେତ୍ରରେ ପାରଙ୍ଗମ ହେବେ । ହର୍ଷଯୁକ୍ତ , ଶୁଦ୍ଧ ଭାଷୀ ଓ ଧନଶାଳୀ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ଧନୁ – ସମ୍ମାନିତ ହେବେ । ସଫଳତା ହାତଛଡା ହୋଇଯିବ । ସାଧନା ଫଳବତୀ ହେବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରି ଗଢି ତୋଳିବେ । ଶତ୍ରୁ ଦମନରେ ପାରଙ୍ଗମ ହେବେ । ଆଇନାନୁ-ମୋଦିତ କାର୍ଯ୍ୟ କରି ଆଦର୍ଶବାଦୀ ନୀତି ସୃଷ୍ଟି କରିବେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୯ ।

ମକର – ଉନ୍ନତିର ମାର୍ଗ ମିଳିବ । ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରି ଆତ୍ମସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

କୁମ୍ଭ – କାର୍ଯ୍ୟରେ ସଫଳ ହେବେ । ସଫଳତାକୁ ହାତଛଡା କରନ୍ତୁ ନାହିଁ । ନୀତିରୁ ବିଚ୍ୟୁତ ହେବେ ନାହିଁ । ଦେବପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । ନାନାବିଧ ସୁଖର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

ମୀନ – ସପରିବାର ସହ ସମୟ ବିତାଇବେ । ମିତ୍ର ସୁଖ ପାଇବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ମଙ୍ଗଳମୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।