ଖୋର୍ଦ୍ଧାରେ ଅଳ୍ପ ଲକ୍ଷଣ ଓ ଲକ୍ଷଣ ବିହୀନ କରୋନା ଆକ୍ରାନ୍ତଙ୍କ ପାଇଁ ପ୍ରତିଷ୍ଠା ହେବ ଦୁଇଟି କୋଭିଡ୍‌ କେୟାର୍‌ ସେଣ୍ଟର

ଭୁବନେଶ୍ୱର : ଖୋର୍ଦ୍ଧା ଜିଲାରେ ଦୁଇଟି କୋଭିଡ୍‌ କେୟାର୍‌ ସେଣ୍ଟର ପ୍ରତିଷ୍ଠା କରାଯିବ, ଯେଉଁଠି ଅଳ୍ପ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ। ଏଥିନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଓଡ଼ିଶା ତା’ର ସଂଗ୍ରାମକୁ ଆହୁରି ସଶକ୍ତ କରିଛି । ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଓ ସମ୍‌ ହସ୍‌ପିଟାଲ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ଦ୍ୱାରା ଜାମୁଝରିିଠାରେ ୫୦୦ ଶଯ୍ୟାବିଶିଷ୍ଟ ଏବଂ ଖୁଦୁପୁର (ଜଟଣୀ)ଠାରେ ୩୦୦ ଶଯ୍ୟାବିଶିଷ୍ଟ ନୂଆ କୋଭିଡ୍‌ କେୟାର ସେଣ୍ଟର ସ୍ଥାପନ ହେବ। ଏହି ଦୁଇ କୋଭିଡ୍‌ କେୟାର୍‌ ସେଣ୍ଟରେ ଲକ୍ଷଣ ବିହୀନ ଏବଂ ସାମାନ୍ୟ ଲକ୍ଷଣଯୁକ୍ତ କୋଭିଡ୍‌ ରୋଗୀଙ୍କର ଚିକିତ୍ସା କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।