ନାବାଳିକାକୁ ଅସଦାଚରଣ ଓ ଦୁର୍ବ୍ୟବହାର ଅଭିଯୋଗ : ଥାନାରେ ମାମଲା ରୁଜ୍ଜୁ

ଖୋର୍ଦ୍ଧା, ୨୭/୭ : ଜଣେ ପ୍ରଭାବଶାଳୀ ବ୍ୟକ୍ତି ଟଙ୍କା ବଳ ଓ ନାଲି ଆଖି ଦେଖାଇ ବଳପୂର୍ବକ ଜଣେ ନାବାଳିକାକୁ ଅସଦାଚରଣ ଓ ଦୁର୍ବ୍ୟବହାର କରିଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅର୍ନ୍ତଗତ ସାନ ରାଉତପଡା ଗ୍ରାମପଞ୍ଚାୟତର ସିଙ୍ଗିପୁର ଗ୍ରାମରେ । ସିଙ୍ଗିପୁର ଗ୍ରାମର ବିପିନ ବେହେରା ତାର ପିଲାଛୁଆଙ୍କୁ ଧରି ସପରିବାର ଗାଁରେ ରୁହନ୍ତି । ବିପିନ ଗରିବ ହୋଇଥିବାରୁ ତାର ସରଳତାର ସୁଯୋଗ ନେଇ ଉକ୍ତ ଗ୍ରାମର ଜଣେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ଅନେକ ସମୟରେ ବିପିନର ନାବାଳିକା ଝିଅକୁ ଅଶ୍ଲିଳ ଇଗିଂତ ପ୍ରଦର୍ଶନ କରିବା ସହିତ ଦୁର୍ବ୍ୟବହାର କରିଆସୁଥିଲା । ନିର୍ଯାତନା ସହିନପାରି ନାବାଳିକାର ବାପା ଭୂଷଣ୍ଡପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ ଥାନାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ସେପଟେ ଦୋଷୀକୁ ଦଣ୍ଡ ମିଳିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି ବିପିନଙ୍କ ପରିବାର ଲୋକେ ।