ରାଜ୍ୟରେ ଆଉ ୭ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି

ଭୁବନେଶ୍ୱର, ୨୭/୭ : ରାଜ୍ୟରେ ଆଜି କରୋନା ଆକ୍ରାନ୍ତରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଆଜି କରୋନା ମୃତକଙ୍କ ମଧ୍ୟରୁ ୬ ଜଣ ପୁରୁଷ ଓ ୧ ଜଣ ମହିଳା ରହିଛନ୍ତି। ଗଞ୍ଜାମରେ କେବଳ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱର, ସୁନ୍ଦରଗଡ଼, କଟକ ଓ ମାଲକାନଗିରି ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଗଞ୍ଜାମରେ କେବଳ ୮୨ ଜଣଙ୍କର ମୃତ୍ୟୁ ଘଟିଛି ।