ରାଜ୍ୟରେ ଆଜି ୧୨୧୫ କରୋନା ସଂକ୍ରମିତ ଚିହ୍ନଟ‌, ୪୬୨ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ଵର, ୨୮/୭ : ରାଜ୍ୟରେ ଆଜି ୧୨୧୫ ନୂଆ କରୋନା ସଂକ୍ରମିତ‌ ଚିହ୍ନଟ ହୋଇଛନ୍ତି। ୭୫୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଠାବ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୬୨ ରହିଛି। ଗଞ୍ଜାମ ଜିଲାରେ ସର୍ବାଧିକ ୩୩୨ ପଜିଟିଭ୍‌ ବାହାରିଥିବାବେଳେ ଖୋର୍ଦ୍ଧାରୁ ୨ୟ ସର୍ବାଧିକ ୩୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ତଥ୍ୟକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ପ୍ରତିଦିନ ବୃଦ୍ଧି ପାଉଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି।