କରୋନା କାଳରେ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାକୁ ଅନେକ ଅଭ୍ୟାସ ଅନୁସରଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଉଛନ୍ତି | ଘରେ ସ୍ୱାସ୍ଥ୍ୟକର ପାନୀୟ ପ୍ରସ୍ତୁତ କରି ସେବନ କରାଯାଇପାରେ | ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଆପଣ ପ୍ରତିଦିନ ରାତିରେ ସ୍ୱାସ୍ଥ୍ୟକର ପାନୀୟ ସେବନ କରିପାରିବେ | ଦିନ ସାରା କାମ କରିବା ପରେ ରାତିରେ ଭଲ ନିଦ ମଧ୍ୟ ଆବଶ୍ୟକ | ସେଥିପାଇଁ ନିଜକୁ ଫିଟ ରଖିବାକୁ ଦିନକୁ ୭ ଘଣ୍ଟା ଶୋଇବା ଉଚିତ | କିନ୍ତୁ ବେଳେବେଳେ ରାତିରେ ନିଦ ନ ହେବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ | ଅଧିକ ଚିନ୍ତା ହେଲେ ଭଲ ନିଦ ହୋଇନଥାଏ | ଭଲ ନିଦ ନ ହେଲେ ପ୍ରତିରୋଧକ କ୍ଷମତା ମଧ୍ୟ ଦୁର୍ବଳ ହୋଇପଡେ | ଭଲ ନିଦ ପାଇଁ ଏବଂ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ଏକ ସ୍ୱାସ୍ଥ୍ୟକର ପାନୀୟ ରାତିରେ ଶୋଇବା ପୂର୍ବରୁ ସେବନ କରିପାରିବେ | ଏହାକୁ ମୁନ୍ ମିଲ୍କ କହିପାରିବେ | କ୍ଷୀରରେ ଅଶ୍ଵଗନ୍ଧା, ଜାଇଫଳ, ହଳଦୀ ଆଦି ମିଶ୍ରଣ କରି ଏହାକୁ ପ୍ରସ୍ତୁତ କରାଯାଇଥାଏ | ଏହା ଶରୀର ଓ ମନକୁ ଆରମ୍ଭ ଦେବା ସହ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ | ଏହି ଡ୍ରିଙ୍କ ଇନ୍ଦ୍ରିୟକୁ ଶାନ୍ତ ରଖିଥାଏ | ଅଶ୍ଵଗନ୍ଧା, ଜାଇଫଳ, ହଳଦୀରେ ଅନେକ ପୋଷାକ ତତ୍ୱ ରହିଛି ଯାହା ଶରୀର ପାଇଁ ହିତକର |
ଜାଣନ୍ତୁ ସ୍ୱାସ୍ଥ୍ୟକର ପାନୀୟ ତିଆରି ବିଧି :
ହେଲ୍ଦି ଡ୍ରିଙ୍କ ତିଆରି ପାଇଁ ଆବଶ୍ୟକ ଗୋଟିଏ ଗ୍ଲାସ କ୍ଷୀର, ଅଧା ଚାମଚ ଅଶ୍ଵଗନ୍ଧା ପାଉଡର, ଅଧା ଚାମଚ ହଳଦୀ ପାଉଡର, ଏକ ଚୁଟକୀ ଅଶ୍ଵଗନ୍ଧା ପାଉଡର, ଖାଇବା ନଡ଼ିଆ ତେଲ ଏକ ଚାମଚ (ଅପ୍ସନ) |
କ୍ଷୀରକୁ କମ ଆଞ୍ଚରେ ଗରମ କରିବେ | ଏଥିରେ ଅଶ୍ଵଗନ୍ଧା, ହଳଦୀ ଓ ଜାଇଫଳ ମିସାଇବେ | ଏହାପରେ ଆଞ୍ଚ ବନ୍ଦ କରି ଘୋଡେଇ ଦେବେ | ଗରମ କ୍ଷୀରରେ ସମସ୍ତ ମସଲାକୁ ଭଲ ଭାବେ ୫-୧୦ ମିନିଟ ପାଇଁ ମିଶିବାକୁ ଛାଡ଼ିଦେବେ | ନଡ଼ିଆ ତେଲ ପକାଇ ଭଲ ଭାବେ ଫେଣ୍ଟିଦେବେ | ନିଜ ଇଛା ଅନୁସାରେ କ୍ଷୀରରେ ଅଳ୍ପ ମାତ୍ରାରେ ଚିନି କିମ୍ବା ମହୁ ମିଶାଇ ପାରିବେ | ଏହାପରେ ଶୋଇବା ପୂର୍ବରୁ ଏହି କ୍ଷୀର ସେବନ କରି ଶୋଇବାକୁ ଯିବେ | ଭଲ ନିଦ ସହ ପ୍ରତିରୋଧକ କ୍ଷମତା ମଧ୍ୟ ବଢାଇବ | (ବି: ଦ୍ର: ଏହା ସାଧାରଣ ସୂଚନା ଉପରେ ଆଧାରିତ | (ବ୍ୟବହାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ)