ଆଜିର ରାଶିଫଳ (ବୁଧବାର)

ତା : ୨୯ /୦୭ /୨୦୨୦

ମେଷ : ଆପଣଙ୍କ ସହିତ ପ୍ରତାରଣା କରିଥିବା ବ୍ୟକ୍ତିଙ୍କୁ କ୍ଷମା କରି ଦିଅନ୍ତୁ। ଆତ୍ମସମୀକ୍ଷାରେ ଦିନଟି ବିତିବ। ଇଷ୍ଟଦେବଙ୍କୁ ଦର୍ଶନ କରନ୍ତୁ, ଆଶା ପୂରଣ ହେବ। ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ବୃଷ : ଭଲ ଲୋକଙ୍କ ସହାୟତା ପାଇବେ। ବ୍ୟବସାୟରେ ଆଶା ମୁତାବକ ପ୍ରଗତି ହେବ। ଜୀବନସାଥୀଙ୍କ ଠାରୁ ପ୍ରେରଣା ପାଇବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ମିଥୁନ : ଚାକିରିରେ କର୍ତ୍ତୃତ୍ବ ବଢ଼ିବ । ବେପାର ସମ୍ପର୍କରେ ବଡ଼ ଲୋକଙ୍କ ସହିତ ଆଲୋଚନା ଲାଭଦାୟକ ହେବ। ଭୂସ˚ପତ୍ତି କିଣିବାର ଯୋଗ ରହିଛି। ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

କର୍କଟ : ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ପାଇବେ। ଜୀବନରେ ସକାରାତ୍ମକ ଭାବନା ଓ ଶକ୍ତି ପ୍ରୟୋଗ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ବହୁତ ଭଲ। ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

ସି˚ହ : ବହୁ ପରିଶ୍ରମ କରିବାକୁ ପଡିବ । କ୍ୟାରିୟର ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ରାଜନୀତିରେ ନୂତନ କ୍ଷମତା ମିଳିପାରେ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

କନ୍ୟା : ଉନ୍ନତିର ମାର୍ଗ ମିଳିବ । ଅସୁବିଧାରୁ ବାହାରିବାରେ ବନ୍ଧୁଙ୍କ ସହଯୋଗ ପାଇବେ। ଆୟର ନୂଆ ମାର୍ଗ ଖୋଲିବ। ଲେଖାଲେଖିରେ ରୁଚି ବଢ଼ିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ତୁଳା : କର୍ମ କ୍ଷେତ୍ରରେ ଉନ୍ନତି ମିଳିବ । ସ୍ବଭାବରେ ରୋମାଞ୍ଚକର ସତେଜତା ଆସିବ। ଅଟକିଥିବା ଅର୍ଥ ଫେରିପାଇବେ। ବୈବାହିକ ଜୀବନର ସମସ୍ୟା ସମାଧାନ ହୋଇଯିବ। ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ବିଛା : ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ । ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। କାମକୁ ସ˚ପୂର୍ଣ୍ଣ କରିବା ଲାଗି ଭିନ୍ନ ଯୋଜନା ପ୍ରସ୍ତୁତ କରିବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଜାୟ ରହିବ। ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

ଧନୁ : ରାଜନୀତି କ୍ଷେତ୍ରରେ ପରିସର ବଢ଼ିବ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ। ଦୂର ସ୍ଥାନକୁ ଯାତ୍ରାରେ ଯିବେ। ଅଯଥା ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ମକର : ପରୋକ୍ଷ ଶତ୍ରୁତା , ଧାର କରଜ ମନକୁ ଭାରାକ୍ରାନ୍ତ କରିବ । କର୍ମକ୍ଷେତ୍ରରେ ଭଲ ନୀତି ସ୍ଥାପନ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ବୃଦ୍ଧି ହେବ। ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

କୁମ୍ଭ: ଅର୍ଥ ହାନୀ ହେବ । ସଫଳତା ହାତଛଡା ହୋଇଯିବ । ନୂଆ ରଣକୌଶଳ ଆପଣଙ୍କ ଲାଗି ଲାଭଦାୟକ ହେବ। ଜୀବନସାଥୀଙ୍କ ଠାରୁ ସହାନୁଭୂତି ପାଇବେ। କଳା ଛାତ୍ରଙ୍କ ଲାଗି ଦିନଟି ଭଲ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ମୀନ: ରାଜନୈତିକ ଚାପର ସମ୍ମୁଖୀନ ହୋଇପାରନ୍ତି । ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କୁ କୌଣସି ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।