ୱାଶିଂଟନ : ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନକୁ ପୁଣି ଥରେ ଲାଗିଛି ଶକ୍ତ ଧକ୍କା । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସାମିଲ ଦେଶଗୁଡ଼ିକ ଜାମ୍ମୁ-କାଶ୍ମୀରକୁ ଦ୍ୱିପାକ୍ଷିକ ପ୍ରସଙ୍ଗ ଉଲ୍ଲେଖ କରିବା ପରେ ପାକିସ୍ଥାନ ପୁଣିଥରେ ନିରାଶ ହୋଇଛି । ରୁଦ୍ଧ କୋଠରୀରେ ଜାତିସଂଘ ନିରାପତ୍ତା ପରିଷଦର ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି ଏବଂ ଚୀନ ସହଯୋଗରେ ଏହି ପ୍ରସଙ୍ଗକୁ ଆନ୍ତର୍ଜାତିକ ସ୍ତରରେ ପୁଣିଥରେ ଉଠାଇବାକୁ ପାକିସ୍ଥାନର ଯୋଜନା ଫସରଫାଟି ଯାଇଛି । ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍.ତିରୁମୁର୍ତି କହିଛନ୍ତି ଯେ କିଛି ସଦସ୍ୟ ରାଷ୍ଟ୍ର କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ଭାରତ ଓ ପାକିସ୍ଥାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ । ପାକିସ୍ଥାନ ପକ୍ଷରୁ ଚୀନ ଏହି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଅନ୍ୟ ଦେଶଗୁଡ଼ିକର ସମର୍ଥନ ଅଭାବରୁ ତାହା ବିଫଳ ହୋଇ ଯାଇଛି ।