ଜମ୍ମୁ-କାଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁ ହେଲେ ମହାଲେଖା ଅଧିକାରୀ (ସିଏଜି)

ନୂଆଦିଲ୍ଲୀ, ୬/୮: ଜମ୍ମୁ-କାଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଆଜି ମହାଲେଖା ଅଧିକାରୀ (ସିଏଜି) ନିଯୁକ୍ତ କରାଯାଇଛି। ତେବେ ମୁର୍ମ ଜମ୍ମୁ-କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ରେଳ ରାଜ୍ୟମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ସିହ୍ନା ଜମ୍ମୁ-କାଶ୍ମୀର ଅଭିମୁଖେ ପ୍ରସ୍ଥାନ କରିସାରିଥିବା ବେଳେ ଶୁକ୍ରବାର ପଦ ଓ ଗୋପନୀୟତାର ଶପଥପାଠ କରିବେ ବୋଲି ଜଣାପଡିଛି।

୧୯୮୫ ବ୍ୟାଚ୍‌ ଆଇଏଏସ୍ ଅଫିସର ମୁର୍ମୁ ପ୍ରଧାନମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସଚିବାଳୟର ପ୍ରିନ୍ସିପାଲ ସେକ୍ରେଟାରୀ ଅବସ୍ଥାପିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ଥ ଅଧିକାରୀଙ୍କ ମଧ୍ୟରେ ଅନ୍ୟତମ ମୁର୍ମୁଙ୍କୁ କେନ୍ଦ୍ର ଶାସିତ ଜମ୍ମୁ-କାଶ୍ମୀରର ପ୍ରଥମ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା ସେ ପଦରୁ ଇସ୍ତଫା ଦେଇଥିବା ବେଳେ ମହାଲେଖା ଅଧିକାରୀ ରାଜୀବ ମହର୍ଷୀଙ୍କ ସ୍ଥାନରେ କାମ କରିବେ ବୋଲି ଜଣାପଡିଛି।