ରୋଷେଇ କରୁଥିବା ବେଳେ ଲାଗିଗଲା ନିଆଁ : ୩ ଆହତ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

କେନ୍ଦ୍ରାପଡ଼ା, ୮/୮ : କେନ୍ଦ୍ରାପଡ଼ା ଜିଲା ନିକିରି ଥାନା ଅନ୍ତର୍ଗତ ଧୂମାତ ଗାଁରେ ଗତକାଲି ରୋଷେଇ କରୁଥିବା ବେଳେ ଏକ ଅଘଟଣ ଘଟିଛି। ହଠାତ ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟି ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଛି। ଅଗ୍ନିକାଣ୍ଡରେ ୨ ବଖରା ଘର ପୋଡ଼ି ପାଉଁଶ ହୋଇଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ନଷ୍ଟ ହୋଇ ଯାଇଛି ବୋଲି ସୂଚନା ମିଳିଛି।