ହୀରାକୁଦ ଜଳଭଣ୍ଡାରର ଆଉ ଏକ ଗେଟ୍ ଖୋଲିଲା; କ୍ରମାଗତ ଭାବେ ବୃଦ୍ଧି ପାଉଛି ଜଳସ୍ତର

ସମ୍ବଲପୁର, ୮/୮ : ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଜଳସ୍ତର ବୃଦ୍ଧି କାରଣରୁ ଜଳଭଣ୍ଡାରର ଆଉ ଏକ ଗେଟ୍ ଖୋଲାଯାଇଛି । ପୂର୍ବରୁ ୭ଟି ଗେଟ ଖୋଲାଥିଲାବେଳେ ଆଜି ଆଉ ଏକ ଗେଟ୍ ଖୋଲାଯିବା ସହ ବର୍ତ୍ତମାନ ମୋଟ୍ ୮ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ହେଉଛି। ସୂଚନା ମୁତାବକ ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୮.୩୧ ଫୁଟ୍ ରହିଛି। ଅନ୍ୟପଟେ ଡ୍ୟାମ୍ ମଧ୍ୟକୁ ୧ଲକ୍ଷ ୪୮ ହଜାର ୧୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ଲକ୍ଷ ୨୦ ହଜାର ୭୯୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।