ମହାକାଳପଡ଼ା,୮ /୮ -(କେଶବଚରଣ ନାଥ ) : ମହାକାଳପଡ଼ା ତହସିଲ ଅଧିନସ୍ଥ କେୟାରବାଙ୍କ ରାଜସ୍ବ ସର୍କଲ ଅନ୍ତର୍ଗତ ମଙ୍ଗଳପୁର ମୌଜାସ୍ଥ ସ୍ତିତିଵାନ ଜମି କିସମ ଘରବାରି ଖାତା ୧୭୧ ଉପରେ ଆମ ଗାଁ ଆମ ବିକାଶ(କୋଠଘର ) ଘର ନିର୍ମାଣ ସ୍ଥଳୀରେ ଜମି ମାଲିକ ନିଷେଧାଜ୍ଞା ଜାରି କରିଛନ୍ତି । ସରକାରୀ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଶାସନ ନିର୍ମାଣ ସ୍ଥଳୀର ଜମିଜମା ରେକର୍ଡ ତନଖି ରାଜସ୍ବ ଅଧିକାରୀଙ୍କ ଅବଗତି କ୍ରମେ କାର୍ଯ୍ୟ ତ୍ୱରାନ୍ୱିତ କରିଥାନ୍ତି । ମାତ୍ର ସ୍ଥାନୀୟ ବ୍ଲକ ପ୍ରଶାସନ କରୋନା ସମୟରେ ସରକାରୀ ପଇସାର ଅପବ୍ୟବହାର ଲକ୍ଷ୍ୟରେ ତରବରିଆ ଭାବେ ମଙ୍ଗଳପୁର ହରିଜନ ସାହିରେ କୋଠଘର କାର୍ଯ୍ୟ ଆରମ୍ଭ କରିଥିଲେ । ସମ୍ପୃକ୍ତ ଖାତାସ୍ଥ ଜମିର ଅଂଶୀଦାର ମହାକାଳପଡ଼ା ନିବାସୀ ଅଭୟ ମଳିକ ଓ ଅକ୍ଷୟ ମଳିକ ଅଭିଯୋଗ କ୍ରମେ କେନ୍ଦ୍ରାପଡା ଏକଜୁକୁଟୀଭି ମାଜିଷ୍ଟ୍ରେଟ ନିଷେଧାଜ୍ଞା ଜାରି କରିଛନ୍ତୁ । ଯାହାନେଇ ଅଭିଯୋଗ କାରୀ ନିଷେଧାଜ୍ଞା ପତ୍ରକୁ ମହାକାଳପଡ଼ା ବି. ଡି. ଓ. କୁ ପ୍ରଦାନ କରିବା ପରେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିବାକୁ ପଂଚାୟତ ର କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି ।