ମେଷ : ଅର୍ଥ ହାନୀ ହେବ । ଅନ୍ୟ ମନସ୍କ ରହିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାର ପାତ୍ର ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।
ବୃଷ : ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । କର୍ମକ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଚଞ୍ଚଳ ପ୍ରକୃତିର ହେବେ । ଲଟରୀରୁ ହଠାତ୍ କିଛି ଅର୍ଥ ମିଳିପାରେ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ମିଥୁନ : ଭଲ କାର୍ଯ୍ୟ କରି ପ୍ରଶଂସିତ ହେବେ । ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ପାଇବେ । କର୍ମ ଚଞ୍ଚଳ ରହିବେ । ଉଦାର ସ୍ୱଭାବର ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
କର୍କଟ : ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ । କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି । ଘାତଚନ୍ଦ୍ର ହେତୁ ସର୍ତକତାରେ ଚଳିବାକୁ ପଡିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ବିବାଦରେ ବିଜୟୀ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
ସିଂହ : ଭାଗ୍ୟଶାଳୀ ହେବେ । ବିଭିନ ଦିଗରୁ ଧନାଗମର ସୁଯୋଗ ସୃଷ୍ଟି ହେବ । ପରର ଉପକାର କରି ନିଜେ କ୍ଷତି ସହିପାରନ୍ତି । ମିତ୍ର ସୁଖ ମିଳିବ । ମଧୁରଭାଷୀ, ସହନଶୀଳ, ଉଦାରପ୍ରେମୀ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।
କନ୍ୟା : ଆୟ ଆଶାନୁରୂପ ହେବ । କାର୍ଯ୍ୟରେ ଢେର ଅଗ୍ରଗତି ଘଟିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମାଲିମୋକଦ୍ଦମାରେ ଜିଣିବେ ଓ ତତ୍ଜନିତ ଧନଲାଭ ହୋଇପାରେ । ସୁରୁଖୁରୁରେ କାର୍ଯ୍ୟ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।
ତୁଳା : ଭଲ ଆୟ ହେବାର ସୂଚନା ମିଳୁଛି । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । କ୍ରୀଡାରେ ମନ ଦେବେ । ଥଣ୍ଡା କଫଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
ବିଛା : ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ସରକାରୀ ଅର୍ଥ ପାଇବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ଧନୁ : ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ପାରିବାରିକ ସୁଖ ମିଳିବ ।କାର୍ଯ୍ୟରେ ଅଗ୍ରଗତି ଘଟିବ । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବର ହୋଇପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।
ମକର : ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି । ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
କୁମ୍ଭ : ଅଷ୍ଟମଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ମନା । ଆପଣଙ୍କ ପରାମର୍ଶ ଉପାଦେୟ ହେବ ।କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
ମୀନ : ବ୍ୟବସାୟ ଲାଭଜନକ ହେବ । ବନ୍ଧୁ ସହାୟତା ମିଳିପାରେ । ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ପତ୍ନୀଙ୍କ ଇଙ୍ଗିତରେ ପରିଚାଳତତ ହୋଇପାରନ୍ତି । ମନରେ ଅହଂଭାବ ରହିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।