ଶ୍ରୀନଗର, ୯/୮ : ଆଜି ସକାଳୁ ଜମ୍ମୁ କଶ୍ମୀରର ସିଘନପୋରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଛି । ଆତଙ୍କବାଦୀଙ୍କ ଗତିବିଧି ଜଣାପଡ଼ିବା ପରେ ସୁରକ୍ଷା ବାହିନୀର ଯବାନମାନେ ଏହି ଏନକାଉଣ୍ଟର କରିଛନ୍ତି । ଏ ବିଷୟରେ କଶ୍ମୀର ଜୋନ ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି ।
ସୂଚନା ଅନୁସାରେ କୁଲଗାମର ସିଘନପୋର ଅଂଚଳରେ ଆତଙ୍କବାଦୀମାନେ ଲୁଚିଥିବା ସୁରକ୍ଷା ବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହା ପରେ ସ୍ଥାନୀୟ ପୋଲିସର ସହଯୋଗରେ ଯବାନମାନେ ଅତର୍କିତ ଚଢ଼ାଉ କରି ସଂପୃକ୍ତ ଅଂଚଳକୁ ଘେରା ବନ୍ଦୀ କରି ରଖିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଏନକାଉଣ୍ଟର ଜାରି ରହିଛି ।