କୋଭିଡ଼ କେୟାର କେନ୍ଦ୍ରରେ ଅଗ୍ନିକାଣ୍ଡ : ୭ ମୃତ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାର କୋଭିଡ଼ କେନ୍ଦ୍ରରେ ଆଜି ଭୋର ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ମୃତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଆହତ ହୋଇଛନ୍ତି। ନିଆଁ ଲାଗିବା ପରେ ସେଠାରୁ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି। ଏହି କେନ୍ଦ୍ରରେ ପ୍ରାୟ ୪୦ ଜଣ ଲୋକେ ରହିଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ୧୦ ଜଣ ହସ୍ପିଟାଲର କର୍ମଚାରୀ। ନିଆଁ ଲାଗିବାର ଖବର ପାଇ ଘଟଣାସ୍ଥଳରେ ଦମକଳକର୍ମଚାରୀ ପହଂଚି ନିଆଁକୁ ବହୁ କଷ୍ଟରେ ଆୟତ କରିଥିବା ଜଣାପଡ଼ିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ଏହି କୋଭିଡ଼ କେନ୍ଦ୍ରଟି ହେଉଛି ଏକ ହୋଟେଲ। ଯାହାକୁ କୋଭିଡ଼ କେନ୍ଦ୍ର କରାଯାଇଥିଲା। ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି। ଘଟଣାର ସଠିକ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି।