ଦହିରେ ଭରପୁର ମାତ୍ରାରେ କ୍ୟାଲସିୟମ, ପ୍ରୋଟିନ, ଭିଟାମିନ ଆଦି ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଏହା ଏକ ଏପରି ଖାଦ୍ୟ ଜିନିଷ ଯାହାକୁ ବର୍ଷକ ବାର ମାସ ଖାଇପାରିବା। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖେ। ତ୍ୱଚାର ଚମକ ବୃଦ୍ଧି କରେ। ମାତ୍ର ଦହିକୁ କିଭଳି ଆପଣ ସେବନ କରୁଛନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ଦହିକୁ ଏକ ପ୍ରକାର ଆୟୁର୍ବେଦିକ ଔଷଧ ବୋଲି କୁହାଯାଏ। ଦହିରେ ମିଶ୍ରି ପକାଇ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ । ମିଶ୍ରି ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ। ଏହାସହ ଆପଣ ଦେଖିଥିବେ ଜନ୍ମାଷ୍ଟମୀ ଦିନ ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ନିକଟରେ ଦହି ଓ ମିଶ୍ରି ଭୋଗ ଲଗାଯାଏ । ପୂର୍ବ ସମୟରେ ଲୋକେ ଦହିରେ ମିଶ୍ରି ପକାଇ ଖାଇଥାଆନ୍ତି, କେହି ମଧ୍ୟ ଲୁଣ ପକାଇ ଖାଇନଥାଆନ୍ତି। ବହୁ ଲୋକଙ୍କ ଅଭ୍ୟାସ ସେମାନେ ଦହିରେ ଲୁଣ, ବିଭିନ୍ନ ମସଲା ପକାଇ ଖାଇଥାଆନ୍ତି। ମାତ୍ର ଏସବୁ ଦ୍ରବ୍ୟ ଦହିରେ ମିଶାଇ ଖାଇବା କ୍ଷତିକାରକ । ଦହିରେ ଲୁଣ ପକାଇ ଖାଇଲେ ଏହାର ସମସ୍ତ ଉପକାରୀ ତତ୍ତ୍ୱ ନଷ୍ଟ ହୋଇଯାଏ। ଦହିରେ ସର୍ବଦା ଚିନି, ମିଶ୍ରି, ଗୁଡ଼ ଆଦି ପକାଇ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ।
ଦହିରେ ଥିବା ଉପକାରୀ ବ୍ୟାକ୍ଟେରିଆ ଖାଦ୍ୟକୁ ଭଲ ଭାବେ ହଜମ କରିବା ସହ ପେଟ ଜନିତ ବିଭିନ୍ନ ସମସ୍ୟା ଦୂର କରିଥାଏ । ତେଣୁ ଦହିରେ ମିଶ୍ରି କିମ୍ବା ଚିନି ପକାଇ ଖାଇଲେ ଏହି ବ୍ୟାକ୍ଟେରିଆ ନଷ୍ଟ ହୁଅନ୍ତି ନାହିଁ ଓ ଉପକାରୀ ବ୍ୟାକ୍ଟେରିଆର ପରିମାଣ ବଢିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ।
ଦହି ଖାଇବାର ଲାଭ – ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୁଏ । ଖରା ଦିନରେ ଦହି ଖାଇବା ଦ୍ୱାରା ଶରୀରର ତାପମାତ୍ରା ସଠିକ ରହିବା ସହ ଅତ୍ୟଧିକ ଗରମ ଅନୁଭବ ହୁଏ ନାହିଁ। ଦହିକୁ ମୁହଁରେ ଲଗାଇଲେ ତ୍ୱଚାର ଚମକ ବୃଦ୍ଧି ପାଇଥାଏ । ଦହି ଖାଇବା ଦ୍ୱାରା ଦାନ୍ତ, ନଖ ଆଦି ଶକ୍ତ ହୋଇଥାଏ । ଅଧିକ ପତଳା ସ୍ୱାସ୍ଥ୍ୟ ଥିବା ଲୋକେ ଦହି ଖାଇବା ଦ୍ୱାରା ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହୋଇଥାଏ। ଏହା କୋଲେଷ୍ଟେରୋଲ, ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ ରଖିବା ସହ ହୃଦୟ ସୁସ୍ଥ ରଖିଥାଏ। ଦହିରେ ଥିବା କ୍ୟାଲସିୟମ ହାଡ଼କୁ ଶକ୍ତ ରଖିବା ପାଇଁ ମଧ୍ୟ ସାହାଯ୍ୟ କରେ ।