ଦିଲ୍ଲୀରେ ସଂସଦ ଭବନ ସଂଲଗ୍ନ ବିଲ୍ଡିଂରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, ୧୭/୮ : ଦେଶର ରାଜଧାନୀ ଦିଲ୍ଲୀରେ ସଂସଦ ଭବନର ସଂଲଗ୍ନ କୋଠାର ଷଷ୍ଠ ମହଲାରେ ନିଆଁ ଲାଗିଥିବା ଜଣା ପଡ଼ିଛି। ଖବର ପାଇବ‌ା ପରେ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୫ଟି ଗାଡ଼ି ପହଞ୍ଚିଛି। ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇଥିବା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣାର ତଦନ୍ତ ଜାରି ରହିଛି। ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।