ଭୁବନେଶ୍ୱର, ୧୭/୮ : ରାଜ୍ୟର ୫ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବାବେଳେ ଆଜି ପ୍ରଥମେ ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।
ଶ୍ରୀ ସିଂହ ନିଜ ଟୁଇଟରେ ଲେଖିଛନ୍ତି, ମୁଁ ସୁସ୍ଥ ଅଛି, ନିକଟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ମୁଁ ଅନୁରୋଧ କରୁଛି ସେମାନେ ଆଇସୋଲେସନରେ ରହି କରୋନା ଟେଷ୍ଟ କରାଇ ନିଅନ୍ତୁ।