ମହାକାଳପଡ଼ା,୧୭ /୮ -(କେଶବ ନାଥ ) : ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ କରୋନା ସଂକ୍ରମଣ ନେଇ ସଭିଏଁ ଆତଙ୍କିତ । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନର ବଂଶଧର ଭାବେ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାର ଠାରୁ ଅଭିଭାବକ ଉଭୟ ଚିନ୍ତାରେ । ସଂକ୍ରମଣର ପ୍ରଥମ ପର୍ଯ୍ୟାୟ ରେ ସରକାର ପ୍ରାଥମିକ ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷ୍ୟନୁଷ୍ଠାନ ବନ୍ଦ ରଖିଥିଲେ । ପରିସ୍ଥିତି ସୁଧୁରିଲେ ପାଠ ପଢା ସହିତ ବାର୍ଷିକ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା କରିବାର ଆଶା ରଖିଥିଲେ । ମାତ୍ର ଚାରିମାସ ପରେବି ସଂକ୍ରମଣ ସ୍ଥିତି ଅଣାୟତ୍ତ ହେଉଥିବାରୁ ସରକାରଙ୍କ ଚିନ୍ତା ବୃଦ୍ଧି ହେଉଛି । ଏପଟେ ପ୍ରଥମରୁ ନବମ ପର୍ଯ୍ୟନ୍ତ ପିଲା ବାର୍ଷିକ ପରୀକ୍ଷାରୁ ବଂଚିତ ରହିବି ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଇ ଶିକ୍ଷା ବିଭାଗ ଶିକ୍ଷଦାନ ଅପେକ୍ଷାରେ । କିନ୍ତୁ ବେଳକୁ ବେଳ ପରିସ୍ଥିତି ସଂଗୀନ ହେବାକୁ ଲାଗିଛି ।
ଯାହାନେଇ ୨o୨o-୨୧ ଶିକ୍ଷା ବର୍ଷର ଅର୍ଧେକ ଦିନ ପାର ହେବାକୁ ଯାଉଥିବା ବେଳେ ଶିକ୍ଷାର୍ଥୀ ଓ ଅଭିଭାବକ ଚିନ୍ତାରେ । ସାମାଜିକ ଦୂରତ୍ୱ ରକ୍ଷା କରୋନା ସଂକ୍ରମଣ ରୁ ଦୁରେଇ ରହିବା ପାଇଁ ମହୌଷଧି ହୋଇଥିବାରୁ ବିଦ୍ୟାଳୟ ପରେ ଘରୋଇ ପାଠ ପଢାରେ ରୋକ ଲାଗିଛି । ଯାହାନେଇ କିଛି ଦିନ ହେବ ପ୍ରାୟତଃ ଘରୋଇ଼ ପାଠ ପଢା ସର୍ଵତଃ ବନ୍ଦ ରହିବା ପରେ ପିଲାଏ ପାଠଭୁଲିବାକୁ ବସିଲେଣି । ଏହି ଘଡି ସନ୍ଧି ମୁହୂର୍ତ୍ତରେ ଶିକ୍ଷା ବିଭାଗ ଅନଲାଇନ ଶିକ୍ଷାଦାନ ପାଇଁ ଚିନ୍ତା ପ୍ରକଟ କରିଛନ୍ତି । କିନ୍ତୁ ଦୁଃଖର ବିଷୟ ମହାକାଳପଡ଼ା ଭଳି ଉପାନ୍ତ ବ୍ଲକର ଅଧିକାଂଶ ଗରିବ ଅଭିଭାବକ ବିପର୍ଯ୍ୟୟ ସମୟରେ ଜୀବିକା ହରାଇ ଦୁଃଖରେ ଦିନ କାଟୁଛନ୍ତି । ଏଭଳି ସମୟରେ ଅନ ଲାଇନ ଶିକ୍ଷା ଗ୍ରହଣ ପାଇଁ ପିଲାଙ୍କୁ ସ୍ମାର୍ଟ ଫୋନ ଦେବା ସାତ ସପନ ହୋଇ ହୋଇଛି । ସର୍ବୋପରି ଶିକ୍ଷାନୁଷ୍ଠାନ ପରେ ଘରୋଇ଼ ପାଠ ପଢା ଓ ପରବର୍ତ୍ତୀ ସମୟରେ ପ୍ରଣୀତ ସରକାରୀ ଶିକ୍ଷାଦାନ ପଦ୍ଧତିରେ ବ୍ଲକ ଅଂଚଳର ଆର୍ଦ୍ଧାଧିକ ଛାତ୍ର ଛାତ୍ରୀ ସାମିଲ ହୋଇ ନ ପାରି ପାଠ ଛାଡି ଖେଳ କୁଦରେ ମନ ନିବେଶ କରୁଥିବାର ଜଣାପଡୁଛି ।