ଅଟୋ ରିକ୍ସାରେରେ ୧ ବିଏଚକେ ଘର, ଖର୍ଚ୍ଚ ହୋଇଛି ୧ ଲକ୍ଷ

ଅଟୋରେ ୧ ବିଏଚକେ ଘର। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ଏପରି ଏକ ଫଟୋ ଭାଇରାଲ ହେଉଛି ସୋସିଆଲ ମିଡିଆରେ। ପୁଣି ଏହାକୁ ତିଆରି କରିବାରେ ଖର୍ଚ୍ଚ ହୋଇଛି ୧ ଲକ୍ଷ ଟଙ୍କା। ଆଉ ଏକ ସ୍ୱତନ୍ତ୍ରତା ହେଉଛି ଏହା ଏକ ମୁଭେବୁଲ ହୋମ୍‌ ଅର୍ଥାତ୍‌ ଅଟୋରେ ଘରଟି ତିଆରି ହୋଇଥିବାରୁ ଯେକୌଣସି ସ୍ଥାନକୁ ଯିବାଆସିବାରେ ଅସୁବିଧା ନାହିଁ।

Image Courtesy: Aajtak

ପ୍ରକୃତରେ କଥା ହେଲା ଏହି ଘରକୁ ଏକ ଅଟୋ ରିକ୍ସାରେ ତିଆରି କରାଯାଇଛି। ଏହାକୁ ତିଆରି କରିଛନ୍ତି ତାମିଲନାଡୁର ବାସିନ୍ଦା ୨୩ ବର୍ଷୀୟ ଅରୁଣ ପ୍ରଭୁ। ଏହି ଘରେ ଗୋଟିଏ ବେଡ୍‌ରୁମ୍‌, ଲିଭିଂ ରୁମ୍‌, ରୋଷେଇଘର ସହିତ ଶୌଚାଳୟ ବି ରହିଛି। ଏହି ଘରେ ୨ ଜଣ ବ୍ୟକ୍ତି ଆରାମରେ ରହିପାରିବେ। ଏହା ସହିତ ଅଟୋର ଛାତ ଉପରେ ଏକ ଆରାମ ଦାୟକ ଚୌକି ମଧ୍ୟ ରହିଛି। ସେଠାରେ ବସି ଖୋଲା ହାୱାର ମଜା ନେଇପାରିବେ।

Image Courtesy: Aajtak

୩୬ ବର୍ଗ ଫୁଟରେ ତିଆରି ହୋଇଥିବା ଏହି ଘରେ ପାଣି ପାଇଁ ୨୫୦ ଲିଟର ଏକ ପାଣି ଟାଙ୍କି ରହିଛି। ବିଦ୍ୟୁତ୍‌ ପାଇଁ ୬୦୦ ୱାଟ୍‌ର ସୋଲାର ପ୍ୟାନେଲ ଖଞ୍ଜାଯାଇଛି। ଘରର କବାଟ ଥିବାବେଳେ ଛାତ ଉପରକୁ ଯିବାକୁ ସିଡି ବି ରହିଛି।

Image Courtesy: Aajtak

ପୁରୁଣା ଜିନିଷକୁ ରିସାଇକଲ କରି ଏହାକୁ ତିଆରି କରିଛନ୍ତି ଅରୁଣ। ଏଥିପାଇଁ ତାଙ୍କୁ ୫ ମାସ ସମୟ ଲାଗିଛି। ଅରୁଣ ବେଙ୍ଗାଲୁରୁର ଡିଜାଇନ ଆଣ୍ଡ ଆର୍କିଟେକ୍ଟ କମ୍ପାନୀ ବିଲ୍‌ବୋର୍ଡ ସହିତ ମିଶି ଏହାକୁ ନିର୍ମାଣ କରିଛନ୍ତି।