ଏଣିକି ସରକାରୀ ଚାକିରିରେ ବାହାର ରାଜ୍ୟ ଲୋକଙ୍କୁ ମନା : ମୁଖ୍ୟମନ୍ତ୍ରୀ

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଚାକିରୀ କେବଳ ମଧ୍ୟପ୍ରଦେଶର ବାସିନ୍ଦାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଏହା ଅଧୀନରେ ରାଜ୍ୟରେ ଉପଲବ୍ଧ ସରକାରୀ ଚାକିରିରେ ରାଜ୍ୟବାସୀ ଅଗ୍ରାଧିକାର ପାଇପାରିବେ, କିମ୍ବା ରାଜ୍ୟ ସରକାରଙ୍କ ଚାକିରି ଉପରେ କେବଳ ରାଜ୍ୟର ଯୁବକଙ୍କର ଅଧିକାର ରହିବ। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହା ସୂଚାଇ ଦେଇଛନ୍ତି। ଏଥିଲାଗି ଆବଶ୍ୟକୀୟତା ଆଇନ ପ୍ରସ୍ତୁତ ହେଉଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଉପନିର୍ବାଚନକୁ ଦେଖି ନିଆଯାଇଥିବା ଆଶଙ୍କା କରାଯାଉଛି । ମଧ୍ୟପ୍ରଦେଶରେ ୨୭ଟି ବିଧାନସଭା ସିଟରେ ଉପନିର୍ବାଚନ ହେବ । କିନ୍ତୁ ଅନେକ ଦିନରୁ ମଧ୍ୟପ୍ରଦେଶରେ ଦାବି କରାଯାଉଥିଲା ସମ୍ପୂର୍ଣ୍ଣ ରୂପେ ରାଜ୍ୟବାସୀଙ୍କ ନାଁରେ ସରକାରୀ ଚାକିରୀକୁ ସଂରକ୍ଷିତ କରାଯାଉ ।