ନୂଆଦିଲ୍ଲୀ : କରୋନାକୁ ନେଇ ଚିନ୍ତା ବଢୁଥିଲାବେଳେ ଆସିଛି ଏକ ଭଲ ଖବର । ଶେଷ ପର୍ଯ୍ୟାୟରେ ଭାରତର କରୋନା ଟିକାର ପରୀକ୍ଷଣ । ଦେଶରେ ଏବେ ୩ଟି କରୋନା ଟିକା ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ରହିଛି । ଏହି ୩ଟି ଟିକା ମଧ୍ୟରୁ ଗୋଟିକର ୩ୟ ପର୍ଯ୍ୟାୟ ପରୀକ୍ଷଣ ଦିନେ କିମ୍ବା ଦୁଇଦିନ ଭିତରେ କରାଯିବ । ଅନ୍ୟ ଦୁଇଟି ୧ମ ଓ ୨ୟ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ରହିଛି ବୋଲି ନିତି ଆୟୋଗର ସଦସ୍ୟ ଡଃ ଭି.କେ. ପଲ କହିଛନ୍ତି । କରୋନା ସଂପର୍କରେ କେନ୍ଦ୍ର ସରକାରଙ୍କ ଦୈନିକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ ଏକଥା କହିଛନ୍ତି । ମାତ୍ର କେଉଁ ଟିକା ୩ୟ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ପହଞ୍ଚିଛି ସେ ସମ୍ପର୍କରେ ସେ କିଛି କହିନଥିଲେ ।
ତେବେ ଏହା କେବେ ସୁଦ୍ଧା ଉପଲବ୍ଧ ହେବ କିମ୍ବା ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବ ସେନେଇ କୌଣସି ସୂଚନା ଦେଇ ନାହିଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।