ପାକିସ୍ତାନ ସୀମାରେ ସ୍ୱଦେଶୀ ଯୁଦ୍ଧ ବିମାନ ତେଜସକୁ ମୁତୟନ କଲା ଭାରତ

ନୂଆଦିଲ୍ଲୀ : ଚୀନକୁ ସୀମାରେ ବିପଦ ଆଶଙ୍କା ବଢିଚାଲିଥିବାବେଳେ ପାକିସ୍ତାନ ପଟୁ ମଧ୍ୟ ବରାବର ବିପଦ ଲାଗିରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ଉଭୟ ଉତ୍ତର ଓ ପଶ୍ଚିମ ସୀମାରେ ସାମରିକ ପ୍ରସ୍ତୁତି ଜାରି ରଖିଛି । ଲଦାଖ ସୀମାରେ ସୁଖୋଇ, ଜାଗୁଆର, ରାଫେଲ ପରି ଯୁଦ୍ଧ ବିମାନ ମୁତୟନ କରିବା ପରେ ଏବେ ପାକିସ୍ତାନ ସୀମାରେ ସ୍ୱଦେଶୀ ଯୁଦ୍ଧ ବିମାନ ତେଜସକୁ ମୁତୟନ କରାଯାଇଛି । ଏଲସିଏ ତେଜସର ଗୋଟିଏ ସ୍କ୍ଵାର୍ଡନ ବିମାନ ପଶ୍ଚିମ ସୀମାର ଫରଓ୍ଵାର୍ଡ ବେସଗୁଡ଼ିକରେ ମୁତୟନ କରାଯାଇଛି ।