ନୂଆଦିଲ୍ଲୀ,୧୯ / ୮: ୪୧ତମ (ଜିଏସ୍ଟି) ଦ୍ରବ୍ୟ ଏବଂ ସେବା ଟିକସ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ଚଳିତମାସ ୨୭ରେ ଅନୁଷ୍ଠିତ ହେବ। ବୈଠକରେ ଜିଏସ୍ଟି ବାବଦ ରାଜ୍ୟଗୁଡିକ ସହୁଥିବା ରାଜସ୍ବ କ୍ଷତି ଭରଣା ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ଏକକ ଏଜେଣ୍ଡା ଭିତ୍ତିରେ ବସିବାକୁ ଥିବା ଏହି ବୈଠକ ଭିଡିଓ କନ୍ଫରେନ୍ସ ଜରିଆରେ ହେବାର ଅଛି। ତେବେ ଜିଏସ୍ଟି ପରିଷଦର ୪୨ତମ ବୈଠକ ସେପ୍ଟେମ୍ବର ୧୯ରେ ବସିବ। ଏହି ବୈଠକ ମଧ୍ୟ ଭିଡିଓ କନ୍ଫରେନ୍ସ ଜରିଆରେ ଆୟୋଜନ କରାଯିବାର କାର୍ୟ୍ୟକ୍ରମ ରହିଛି। ତେବେ ଏହା ଏକ ସମ୍ପୂର୍ଣ୍ଣ ପରିଷଦ ବୈଠକ ହେବ।
ଏଥିରେ ପରିଷଦ ଅନେକ ଏଜେଣ୍ଡା ଉପରେ ଆଲୋଚନା କରିବ। ବିଶେଷ କରି ରାଜ୍ୟଗୁଡିକର କ୍ଷତିଭରଣା ପାଇଁ ପାଣ୍ଠି ସଂଗ୍ରହ ଭଳି ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହେବ। ଏସବୁ ବ୍ୟତୀତ ବୈଠକରେ ସିଗାରେଟ, ପାନ ମସଲା ଏବଂ ଦ୍ରବଣଯୁକ୍ତ ପାନୀୟ ଉପରେ ଅଧିକ ଟିକସ ଲାଗୁ ପ୍ରସ୍ତାବ ମଧ୍ୟ ରହିପାରେ।