ଭୁବନେଶ୍ୱର, ୨୦/୮ : ଆଜି ରାଜ୍ୟରୁ ଆଉ ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୪୮ ହଜାର ୫୭୬ରେ ପହଞ୍ଚିଛି ।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୩୬୫, ଖୋର୍ଧାରୁ ୩୫୭, ସୁନ୍ଦରଗଡରୁ ୯୧, ଯାଜପୁରରୁ ୮୬, ଗଜପତିରୁ ୬୫, କଟକରୁ ୬୩, କୋରାପୁଟରୁ ୬୩, ମୟୂରଭଞ୍ଜରୁ ୬୦, କନ୍ଧମାଳରୁ ୫୦ ଓ ରାୟଗଡାରୁ ୪୨ଜଣ ରହିଛନ୍ତି ।
ସେହିପରି ନୟାଗଡରୁ ୪୧, ମାଲକାନଗିରିରୁ ୩୯, ବଲାଙ୍ଗୀରରୁ ୩୫, ଢେଙ୍କାନାଳରୁ ୩୩, ଜଗତସିଂପୁରରୁ ୩୩, ବାଲେଶ୍ୱରରୁ ୩୧, କେଉଁଝରରୁ ୨୯, ବରଗଡରୁ ୨୫, ଭଦ୍ରକରୁ ୨୪, ଝାରସୁଗୁଡାରୁ ୨୧, ପୁରୀରୁ ୨୧, ସମ୍ବଲପୁରରୁ ୨୦, କଳାହାଣ୍ଡିରୁ ୧୬, କେନ୍ଦ୍ରାପଡାରୁ ୧୬ ଓ ନବରଙ୍ଗପୁରରୁ ୧୧ ଜଣ ଆରୋଗ୍ୟ ହୋଇଛନ୍ତି । ଏତତ୍ ବ୍ୟତୀତ ଦେବଗଡରୁ ୨ଜଣ ଓ ଅନୁଗୋଳ ଓ ବୌଦ୍ଧରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।