ନୂଆଦିଲ୍ଲୀ, ୨୪/୮ : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ଦେଶର ୬୧ ହଜାର ୪୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୮ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୮୩୬ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୫୭ ହଜାର ୫୪୨କୁ ବୃଦ୍ଧି ପାଇଛି।
ଦେଶରେ ଏବେ ୭ ଲକ୍ଷ ୧୦ ହଜାର ୭୭୧ ସକ୍ରିୟ ରୋଗୀ ରହିଥିବାବେଳେ ୨୩ ଲକ୍ଷ ୩୮ ହଜାର ୦୩୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।