ଆଜି କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ, ନୂଆ ଅଧ୍ୟକ୍ଷ ନିଷ୍ପତ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ, ୨୪/୮: ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସରେ ଏବେ ନେତୃତ୍ୱ ପରିବର୍ତ୍ତନର ପୂର୍ବାଭାସ ଦେଖାଦେଇଛି। ସୋନିଆ ଗାନ୍ଧୀଙ୍କ ଅନ୍ତରୀଣ ଅଧ୍ୟକ୍ଷ କାର୍ଯ୍ୟକାଳ ଶେଷ ହୋଇଛି। ସୋନିଆ ଗାନ୍ଧି କଂଗ୍ରେସର ସଭାପତି ରହିବେ ନାଁ ଅନ୍ୟ କେହି ସଭାପତି ହେବେ ଆଜି ସିଡବ୍ଲୁସି ବୈଠକରେ ଏହା ଉପରେ ହେବ ଆଲୋଚନା। କଂଗ୍ରେସ ଅନ୍ତରୀଣ ସଭାପତି ପଦରୁ ଇସ୍ତଫା ଦେବା ଲାଗି ସୋନିଆ ଗାନ୍ଧି ଆଗ୍ରହ ପ୍ରକାଶ କରିଛନ୍ତି।

ସେହିପରି କଂଗ୍ରେସର କିଛି ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଥରେ ସଭାପତି କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ରାହୁଲ ଏବେ ପୁଣି ସଭାପତି ହେବା ପାଇଁ ଅନିଚ୍ଛୁକ। ଶାସକ ବିଜେପି ରାହୁଲ ଗାନ୍ଧିଙ୍କୁ ଡରୁଥିବାରୁ ତାଙ୍କୁ ସଭାପତି କରିବା ଲାଗି କିଛି ସଦସ୍ୟ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ସେପଟେ କଂଗ୍ରେସର ସ୍ଥାୟୀ ସଦସ୍ୟ ଚୟନ କରିବା ଲାଗି କିଛି ସଦସ୍ୟ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ଦଳର କିଛି ନେତା ତାଙ୍କୁ ପଦ ଛାଡ଼ିବା ଓ ନୂଆ ଅଧ୍ୟକ୍ଷ ନିର୍ବାଚନ ନେଇ ଯେଉଁ ପ୍ରସ୍ତାବ ଦେଇଛନ୍ତି । ଏହାକୁ ସୋନିଆ ସମ୍ମାନ ଜଣାଇଛନ୍ତି । ଏପରିକି ପଦ ଛାଡ଼ିବାକୁ ନିଜର ଆଗ୍ରହବ୍ୟକ୍ତ କରିଛନ୍ତି । ତେଣୁ ଆଜି ବସିବାକୁ ଥିବା ବୈଠକରେ ଏ ସଂପର୍କରେ ଆଲୋଚନା ହେବ। ଆଗାମୀ ଦିନରେ କଂଗ୍ରେସର କିଏ ଅଧ୍ୟକ୍ଷ ହେବେ, ତାହା ମଧ୍ୟ ଜଣାପଡିବ ।