ସିଡବ୍ଲ୍ୟୁସି ନିଷ୍ପତ୍ତି : ଅନ୍ତରୀଣ ଅଧ୍ୟକ୍ଷା ରହିବେ ସୋନିଆ ଗାନ୍ଧୀ, ୬ ମାସରେ ନୂଆ ଅଧକ୍ଷ ନିର୍ବାଚିତ

ନୂଆଦିଲ୍ଲୀ : ଆଜି କଂଗ୍ରେସର କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷା ପଦରେ ସୋନିଆ ଗାନ୍ଧୀ ରହିବେ ବୋଲି ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଅଧ୍ୟକ୍ଷା ରହିବେ ବୋଲି ବୈଠକରେ ନିଆଯାଇଛି ନିଷ୍ପତ୍ତି । ଦଳରେ ଡକାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ସହମତି ପ୍ରକାଶ ପାଇଥିବା ଜଣାପଡିଛି ।

ତେବେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ପଦକୁ ନେଇ ଜୋରସୋରରେ କଂମନ ହୋଇଥିଲା । ଦିନତମାମ ଏ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏମିତିକି ଗାନ୍ଧୀ ପରିବାର ନୁହେଁ ବରଂ ଦଳର ଅନ୍ୟ କୌଣସି ନେତା କଂଗ୍ରେସର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଦଳର ଶୀର୍ଷ ନେତୃତ୍ୱରେ ଆଲୋଚନା ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି ।