ଭୋପାଳ,୨୪ /୮ : କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ମଧ୍ୟପ୍ରଦେଶରେ ହେବାକୁ ଥିବା ଉପ-ନିର୍ବାଚନରେ ଆମେ ସମସ୍ତ ଆସନ ଜିତିବୁ । ମୁଁ ପୁରା ବିଶ୍ୱାସର ସହ କହୁଛି ଯେ ଭାରତୀୟ ଜନତା ପାର୍ଟି ଆସନ୍ତା ଉପନିର୍ବାଚନରେ ୨୭ ରୁ ୨୭ ଟି ସିଟ୍ ଜିତିବ ।
ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଉପନିର୍ବାଚନ ହେବାକୁ ଥିବା ବିଧାନସଭା ଅଞ୍ଚଳରୁ ଆଜି ସକାଳ ସୁଦ୍ଧା ପ୍ରାୟ ୫୦,୦୦୦ କାର୍ଯ୍ୟକର୍ତ୍ତା ବିଜେପି ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ଆମର ଏକମାତ୍ର ଦାବି ଥିଲା ଯେ ଏହି ଅଞ୍ଚଳ ସହିତ ନ୍ୟାୟ କରାଯିବା ଉଚିତ, ବିକାଶ ହେବା ଉଚିତ, ପ୍ରଗତି ହେବା ଉଚିତ୍ ଆମର ଏହି ସମସ୍ତ ଦାବିକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୂରଣ କରୁଛନ୍ତି । ଯେଉଁଥିରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ମଧ୍ୟ ଖିୁସି ଅଛନ୍ତି । ଏହି କାରଣରୁ ସେମାନେ ବିଜେପି ସହ ଯୋଡି ହେବା ପାଇଁ ଆଗେଇ ଆସିଛନ୍ତି ବୋଲି ସିନ୍ଧିଆ କହିଛନ୍ତ ।