ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁ ରାଜ୍ୟରେ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଛାତ୍ରଛାତ୍ରୀମାନଙ୍କର ପାଠପଢା ପ୍ରଭାବିତ ହୋଇଛି। ସେପ୍ଟେମ୍ବର ୧ ତାରିଖରୁ ସ୍କୁଲ ଖୋଲିବ ବୋଲି ଶୁଣାଯାଉଥିଲେ ମଧ୍ୟ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳୁ ନାହିଁ। ତେବେ ପିଲାଙ୍କ ମୁଣ୍ଡରୁ ପାଠ ପଢା ବୋଝ ହ୍ରାସ କରିବା ପାଇଁ ସରକାର ୩୦% ପାଠ୍ୟକ୍ରମ ବା ସିଲାବସ ହ୍ରାସ କରିଛନ୍ତି। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦% ସିଲାବସ ହ୍ରାସ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।