ନୂଆଦିଲ୍ଲୀ, ୨୬/୮ : ସଂସଦ ଭବନ ନିକଟସ୍ଥ ବିଜୟ ଚୌକରୁ ଆଜି ସକାଳେ ଦିଲ୍ଲୀ ପୁଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ତା’ ନିକଟରୁ କୋଡ ୱାର୍ଡରେ ଲେଖା ଏକ ଚିଠି ମିଳିଛି । ତାକୁ ସଂସଦ ଭବନ ଛକ ଥାନାକୁ ନିଆଯାଇଛି । ପୁଲିସ, ଆଇବି ଏବଂ ଅନ୍ୟାନ୍ୟ ଗୁପ୍ତଚର ସଂସ୍ଥା ଭଳି ଅନେକ ଅନୁସନ୍ଧାନକାରୀ ସଂସ୍ଥା ତାକୁ ମିଳିତ ଭାବେ ପଚରାଉଚୁରା କରୁଛନ୍ତି।
ଏହି ବ୍ୟକ୍ତି ଜଣଙ୍କ ଧରାପଡିବା ପରେ ସଂସଦ ଭବନ ଏବଂ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗିରଫ ହୋଇଥିବା ଯୁବକ ହେଉଛନ୍ତି କାଶ୍ମୀରର ବୋଲି ଜଣାପଡିଛି। ତେବେ ସନ୍ଦେହଜନକ ପରିସ୍ଥିତିରେ ସେ ସଂସଦ ଭବନ ନିକଟରେ ବୁଲୁଥିଲେ, ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏହା ଏକ ସାଧାରଣ ପ୍ରକ୍ରିୟା। ପଚରାଉଚୁରା ପରେ ଏ ନେଇ ଯାହା କିଛି କୁହାଯାଇପାରେ।