ଭୁବନେଶ୍ୱର, ୩୧/୮ : ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟାଞ୍ଚଳ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ବନ୍ୟାର ଭୟାବହତା ଦେଖିଲେ ।
ତେବେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି କି ବନ୍ୟା ପାଇଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଚାଷ ଜମିରେ ପାଣି ପଶିଛି । ଅନେକ ସ୍ଥାନରେ ରାସ୍ତା ଭାଙ୍ଗି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟା ପାଇଁ ବହୁ ଘର ନଷ୍ଟ ହୋଇଛି । ତେବେ ତ୍ୱରିତ ପଦକ୍ଷେପ ନେଇ ଖୁବଶୀଘ୍ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ସ୍ୱାଭାବିକ ସ୍ଥିତିକୁ ଅଣାଯିବ।
ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ମଧ୍ୟ ସୂଚନା ଦେଇଛନ୍ତି ଯେ ଓଡିଶାରେ ବନ୍ୟା ଯୋଗୁଁ ୨୦ ଟି ଜିଲ୍ଲାର ୧୪,୩୨,୭୦୧ ଲୋକ ପ୍ରଭାବିତ ହୋଇଛନ୍ତି।