ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ଆଡ଼ମିସନ ପାଇଁ ଅନଲାଇନ ଆବେଦନର ସମୟ ସୀମା

ଭୁବନେଶ୍ୱର, ୩୧/୮ : ଯୁକ୍ତ ଦୁଇ ଆଡ଼ମିସନ ପାଇଁ ଅନଲାଇନ ଆବେଦନର ସମୟ ସୀମା ବୃଦ୍ଧି ହୋଇଛି। ସେପ୍ଟେମ୍ବର ୪ ତାରିଖରୁ ଆଉ ସାତ ଦିନ ବୃଦ୍ଧି କରାଯାଇଛି। ଯୁକ୍ତ ଦୁଇ ଲାଗି ଆବେଦନ ତାରିଖକୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ। ରାଜ୍ୟରେ ବିଭିନ୍ନ ଅଂଚଳରେ ବନ୍ୟା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି |

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆବେଦନ ତାରିଖ ଘୁଞ୍ଚିଲା। ଅଗଷ୍ଟ ୩୧ ତାରିଖରେ ଆବେଦନର ଶେଷ ତାରିଖ ଥିଲା, ଯାହା ବର୍ତ୍ତମାନ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ। ଏହି ଚିଠିକୁ ଗ୍ରହଣ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ନାତକ ଆବେଦନକୁ ଏକ ସପ୍ତାହ ଲାଗି ଘୁଞ୍ଚାଇ ଦିଆଯାଇଛି।