ସେପ୍ଟେମ୍ବର ୩୦ ଯାଏ ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଚଳାଚଳ ବୃଦ୍ଧି

ଭୁବନେଶ୍ବର,୩୧/୮: ସପ୍ତାହରେ ପାଞ୍ଚଦିନ ଚଳାଚଳ କରୁଥିବା ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ସେବାକୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୦୨୮୬୧ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ରାଉରକେଲାଠାରୁ ଭୋର ୫ଘଣ୍ଟା ୧୦ ମିନିଟ୍‌ରେ ଛାଡି ଭୁବନେଶ୍ୱରଠାରେ ଅପରାହ୍ନ ୧୨ଘଣ୍ଟା ୩୦ମିନିଟ୍‌ରେ ପହଞ୍ଚୁଥିବାବେଳେ ଫେରିବା ପଥରେ ୦୨୮୬୨ ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ଭୁବନେଶ୍ୱରଠାରୁ ଅପରାହ୍ନ ୨ଘଣ୍ଟା ୧୦ ମିନିଟ୍‌ରେ ଛାଡି ରାଉରକେଲାଠାରେ ରାତ୍ର ୯ଘଣ୍ଟା ୪୦ମିନିଟ୍‌ରେ ପହଞ୍ଚିବ ।