ମହିଳାଙ୍କ ପାଟିରୁ ୪ଫୁଟ ଲମ୍ବାର ସାପ ବାହାର କଲେ ଡାକ୍ତର

ନୂଆଦିଲ୍ଲୀ : ଋଷରେ ଏକ ଭୟଙ୍କର ଭିଡିଓ ଇଣ୍ଟରନେଟରେ ପ୍ରକାଶ ପାଇଛି ଏବଂ ଲୋକଙ୍କୁ ସମ୍ପୂର୍ଣ୍ଣ ଭୟଭୀତ କରିଛି। ଏହି ଭିଡିଓରେ ଜଣେ ମହିଳାଙ୍କ ପାଟିରୁ ୪ ଫୁଟ ଲମ୍ବର ସାପ ବାହାର କରାଯାଇଥିବା ଦେଖାଯାଇଛି। ଖୋଲା ପାଟିକୁ ଗାତ ବୋଲି ଭାବି ଚାରି ଫୁଟ ଲମ୍ବର ଏକ ସାପ ମହିଳାଙ୍କ ଶରୀର ଭିତରକୁ ପ୍ରବେଶ କରିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି | ଘଟଣା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଯେତେବେଳେ ମହିଳାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା, ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତରମାନେ ବେକ ଭିତରକୁ ଏକ ପାଇପ୍ ଲଗାଇ ପାଟିରୁ ସାପଟିକୁ ବାହାର କରିଥିଲେ ବୋଲି ଜଣା ପଡ଼ିଛି।

ଡେଲି ମେଲର ଖବର ଅନୁଯାୟୀ, ଋଷର ଦାଗେସ୍ତାନର ଲେଭାସି ଗାଁରେ ରହୁଥିବା ଜଣେ ମହିଳା ତାଙ୍କ ଘରର ବଗିଚାରେ ଶୋଇଥିଲେ। ଶୋଇବା ସମୟରେ ତାଙ୍କ ପାଟି ଖୋଲା ଥିବାରୁ ବଗିଚାରେ ଥିବା ଚାରି ଫୁଟ ଲମ୍ବା ପତଳା ସାପଟି ତାଙ୍କ ପାଟି ଦେଇ ତାଙ୍କ ଶରୀର ଭିତରକୁ ଚାଲି ଯାଇଥିଲା। ଏହା ପରେ ମହିଳାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ସହ ତାଙ୍କ ସ୍ଵାସ୍ଥାବସ୍ଥା ଖରାପ ହେବାକୁ ଲାଗିଥିଲା। ପରିବାର ଲୋକେ ଡାକ୍ତରଖାନା ନେବା ପରେ ମହିଳାଙ୍କୁ ତୁରନ୍ତ ସାଧାରଣ ଆନାସ୍ଥେସିଆ ଦିଆଯାଇଥିଲା। ଏହା ପରେ ଡାକ୍ତରମାନେ ମହିଳାଙ୍କ ବେକରେ ଏକ ଭିଡିଓ କ୍ୟାମେରା ଏବଂ ହାଲୁକା ଟ୍ୟୁବ୍ ରଖିଥିଲେ। କ୍ୟାମେରା ସାହାଯ୍ୟରେ ସାପଟି କେଉଁଠି ଅଛି ଦେଖି ଡାକ୍ତର ତାର ଲାଞ୍ଜକୁ ଧରି ଧିରେ ଧିରେ ବାହାରକୁ ଆଣିଥିଲେ।