ଭୁବନେଶ୍ୱର : ଓଡ଼ିଶାରେ ଆଜି ଗୋଟିଏ ଦିନରେ ୫୦ ହଜାର ୪୨୧ କରୋନା ନମୁନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ୪୩ ହଜାର ୨୩୨ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବାବେଳେ ୭ ହଜାର ୦୮୬ ଆରଟିପିସିଆର ଟେଷ୍ଟ ଓ ୧୦୩ଟି ଟ୍ରୁନଟ ଟେଷ୍ଟ ହୋଇଛି। ଏନେଇ ରାଜ୍ୟ ସ୍ଵସ୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।