କୋଣାର୍କ, ୧/୯ : ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । ଏଏସଆଇ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।ଦୀର୍ଘ ୫ମାସ ପରେ ଆଜି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିଥିବା ଜଣାଯାଇଛି। କରୋନା ସଂକ୍ରମଣ ଯୋଗୁଁ ଲାଗୁ ହୋଇଥିବା କଟକଣାକୁ ନେଇ ସୂର୍ଯ୍ୟ ମନ୍ଦିର ବନ୍ଦ ରହିଥିଲା ।
କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ସକାଳ ୮ଟା ସମୟରେ ଖୋଲିଛି । ପର୍ଯ୍ୟଟକଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଏକକାଳୀନ ୧୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ରହିବ । ୧୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଅନୁମତି ମିଳିବନି ବୋଲି କୁହାଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କୋଣାର୍କ ସୂର୍ଯ୍ୟମନ୍ଦିର କର୍ତ୍ତୃପକ୍ଷ। ପ୍ରଥମ ପର୍ଯ୍ୟଟକଙ୍କୁ କୋଣାର୍କ ସୂର୍ଯ୍ୟମନ୍ଦିର କର୍ତ୍ତୃପକ୍ଷ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି ବୋଲି ଏଏସଆଇ ଅଧିକାରୀ ନୀରଜ ସିଂହ ସୂଚନା ଦେଇଛନ୍ତି।
ସକାଳ ୧୦ଟା ସୁଦ୍ଧା ମାତ୍ର ୨ଜଣ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ଲାଗି ଆସିଥିବା ଜଣାଯାଇଛି। ମନ୍ଦିର ଭିତରକୁ ଗାଇଡ୍ ଓ ଫଟୋଗ୍ରାଫରଙ୍କୁ ବାରଣ କରାଯାଇଛି। ମନ୍ଦିର ଭିତରକୁ ଗଣମାଧ୍ୟମକୁ ବି ବାରଣ କରାଯାଇଛି।