ରାଜ୍ୟରେ ଆଜି ଆଉ ୧୧ ଜୀବନ ନେଲା ମହାମାରୀ କରୋନା, ୫୦୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୧/୯ : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ରାଜ୍ୟରୁ ଆଜି ଆଉ ୧୧ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଆଜି ମୃତ୍ୟୁ ବରଣ କରିଥିବା ୧୧ ଜଣଙ୍କୁ ମିଶାଇ ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ମୃତ୍ୟୁ ବରଣ କରିଥିବା ୧୧ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା, ମୟୂରଭଞ୍ଜ ଓ ପୁରୀ ଜିଲାରୁ ୨ ଜଣ ଲେଖାଏଁ ଏବଂ ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ରାୟଗଡ଼ା, କଟକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।