୩ଦିନ ସଟ୍‌ଡାଉନ୍ ହେଲା କଟକ ଡିସିପି ଅଫିସ

କଟକ, ୧/୯ : କଟକ ଡିସିପି ଅଫିସକୁ ୩ ଦିନ ସଟଡାଉନ ଘୋଷଣା କରାଯାଇଛି । କାର୍ଯ୍ୟାଳୟକୁ ୩ ଦିନ ସଟଡାଉନ ଘୋଷଣା କରିଛନ୍ତି କଟକ ଡିସିପି ପ୍ରତୀପ ସିଂହ । ଡିସିପି ଅଫିସରୁ ଏକାଧିକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଡିସିପି ଅଫିସରୁ ମୋଟ ୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।