ଆଇପିଏଲରେ କରୋନା ଟେଷ୍ଟ : ବିସିସିଆଇର ବଜେଟ ୧୦ କୋଟି ଟଙ୍କା

ନୂଆଦିଲ୍ଲୀ : ୟୁଏଇରେ ଆୟୋଜିତ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ଅବସରରେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ୨୦,୦୦୦ରୁ ଅଧିକ କରୋନା ପରୀକ୍ଷା ପରିଚାଳନା କରିବ। ଏଥିପାଇଁ ପ୍ରାୟ ୧୦ କୋଟି ଟଙ୍କାର ବଜେଟ୍ ରଖିଛି ବିସିସିଆଇ। ଆଇପିଏଲ୍ ସମୟରେ ପ୍ରତି ୫ମ ଦିନ ସବୁ ଖେଳାଳି ଓ ସହଯୋଗୀମାନଙ୍କର କରୋନା ପରୀକ୍ଷା ହେବ । ୟୁଏଇର ବାୟୋ-ସିକ୍ୟୋର ପରିସ୍ଥିତିରେ ଏହି ପରୀକ୍ଷା କରାଯିବ ।

ସୂଚନା ଅନୁଯାୟୀ ବିସିସିଆଇ ଟେଷ୍ଟ ପାଇଁ ୟୁଏଇର କମ୍ପାନୀ ଭିପିଏସ ହେଲ୍‌ଥକେୟାର ସହିତ ଚୁକ୍ତି କରିଛି। କେତେ ସଂଖ୍ୟକ ପରୀକ୍ଷା ହେବା ନିର୍ଦିଷ୍ଟ ଭାବେ କହିନପାରିଲେ ମଧ୍ୟ ଏହା ୨୦,୦୦୦ରୁ ଅଧିକ ହେବ। ପ୍ରତି ଟେଷ୍ଟ ପାଇଁ ବିସିସିଆଇକୁ ପ୍ରାୟ ୩,୯୭୧ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।